ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ଦିଘାରୁ ଦକ୍ଷୀଣ ପଶ୍ଚିମ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ମୌସୁମୀ ନିମ୍ନ ଚାପରେଖା ଲମ୍ବିଛି । ଏହାର ପ୍ରଭାବରେ ଉତ୍ତର, ଦକ୍ଷୀଣ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମଧ୍ୟ ହୋଇପାରେ । ଦକ୍ଷୀଣ ଓଡିଶାରେ ଅଧିକ ରହିପାରେ ବର୍ଷାର ପରିମାଣ ।