ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଯୁକ୍ତ ୨ନାମ ଲେଖା ଆରମ୍ଭ ହୋଇଛି । ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇବା ପରେ ବିଜ୍ଞାନ , ବାଣିଜ୍ୟ, କଳା, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମ ଲେଖା ପ୍ରକ୍ରିିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ଟାରୁ ନାମ ଲେଖା ପ୍ରକିୟା ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏଁ ଚାଲିବ । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୪୭ହଜାର ୬୨୬ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ବିବେଚିତ ହୋଇଛନ୍ତି ।
ସେଥି ମଧ୍ୟରୁ କଳା ବିଷୟରେ ୨ ଲକ୍ଷ ୨୩ ହଜାର ୫୭୫ ଜଣ, ବିଜ୍ଞାନରେ ୮୪ ହଜାର ୭୮୯ ଜଣ, ବାଣିଜ୍ୟରେ ୨୫ ହଜାର ୬୨ ଜଣ, ଧନ୍ଦାମୂଳକରେ ୫ ହଜାର ୭୬୨ ଜଣ ଓ ସଂସ୍କୃତରେ ୮ ହଜାର ୪୩୮ ଜଣ ସାମିଲ ଅଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ଯେଉଁ ଶିକ୍ଷାନୁଷ୍ଠାନରୁ ଇଣ୍ଟିମେସନ ଆସିଥିବ ସେଠାରେ ନାମ ଲେଖାଇବାକୁ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ ନାମ ନଲେଖାଇଲେ ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ ।
ଅନ୍ୟପଟେ କରୋନା ପାଇଁ ସରକାରଙ୍କ ପକ୍ଷରୁ କିଛିଟା ଗାଇଡଲାଇନ ଜାରି କରାଯାଇଛି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ କଲେଜ କ୍ୟାମ୍ପସର ପ୍ରବେଶ ଦ୍ୱାରରେ ପାଣି, ସାନିଟାଇଜର, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । କରୋନାକୁ ଆଖି ଆଗରେ ରଖି ସାମାଜିକ ଦୂରତା ପାଳନ କରାଯିବା ସହ ପ୍ରତି ଘଣ୍ଟାରେ ୧୫ ଜଣ ପ୍ରାର୍ଥୀଙ୍କୁ ନାମ ଲେଖାଇବାକୁ ସୁଯୋଗ ଦିଆଯିବ ।
ଅକ୍ଟୋବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ । ୧୫ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ ନାମଲେଖା କରାଯିବ । ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024