କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ଫୁଟିଲା ପୁଲିସ ଗୁଳି । ସ୍ପେସାଲ ସ୍କ୍ୱାଡ କଲା ଏନକାଉଣ୍ଟର । ଦୁଇ ଦୂର୍ଦ୍ଦାନ୍ତ ଅପରାଧୀ ଆହତ । ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁ ଏବଂ ପ୍ରଭାତ କୁମାର ନାୟକ ଓରଫ ମିତୁନା। ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନନ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଭାତର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୀୁଇ ଜଣ ଯାଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ।
ତେବେ ପୋଲିସ ମାର୍ଶାଘାଇ-ଅଙ୍ଗୁଳାଇ କଳା ପୋଲ ନିକଟରେ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ଉଭୟ ପୋଲିସକୁ ପାଲଟା ଆକ୍ରମଣ କରିବା ସହିତ ଖସିଯିବାକୁ ଚେଷ୍ଟା କରୁୂଥିଲେ । ପୁଲିସ୍ ଏହାର ଜବାବ ଦେଇ ତା’ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲଏିସ ଗୁଳି ବାଜିବାରୁ ସେମାନେ ସେଠାରେ ପଡି ଯାଇଥିଲେ । ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।
ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ନମ୍ଵରବିହୀନ ପଲସର୍ ଜବତ ଗାଡି ହୋଇଛି । ଭେଲୁ ଓ ମିତୁନା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଅଗଷ୍ଟ ୧୪ ତାରିଖରେ କଳପଡା ବ୍ୟବସାୟୀ ଗୁଳିକାଣ୍ଡରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି ।