ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ବୀମା ହେଉ ଅବା ଅନ୍ୟାନ୍ୟ ସହାୟତା । ଏଣିକି ଆଉ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡିବ ନାହିଁ । ଆଜ୍ଞା ହଁ ଲୋକାର୍ପଣ ହେଲା ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଏହି ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି । ସାମ୍ବାଦିକମାନେ ଘରେ ବସି ଅନଲାଇନରେ ପଞ୍ଜିକରଣ କରିପାରିବେ ।
୫ଟି ନୀତି ଉପରେ ଗୁରୁତ୍ୱ ଦେଇ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ସାମ୍ବାଦିକଙ୍କ କଲ୍ୟାଣ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କରାଯାଇଛି । ଏହାଦ୍ୱାରା ରାଜ୍ୟର ସାମ୍ବାଦିକମାନେ ଉପକୃତ ହେବେ । ଚିକିତ୍ସା ପାଇଁ ସାମ୍ବଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ମୃତ୍ୟୁ ହେଲେ ୪ ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯିବ ।