ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ଦେବଙ୍କର ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଏହି ମାସରେ ପୂଜା, ଉପାସନାର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ସୋମବାରରେ ଶିବଙ୍କ ବ୍ରତ ରଖିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଭଗବାନ ଶିବଙ୍କର ପ୍ରିୟ ହେଉଛି ବେଲପତ୍ର । ସେଥିପାଇଁ ମହାଦେବଙ୍କ ଉପାସନାରେ ବେଲପତ୍ର ବ୍ୟବହାର କରିବା ଉଚିତ୍ । ଏହାଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି ।
କିନ୍ତୁ ଯଦି କୌଣସି କାରଣ ବସତଃ ବେଲପତ୍ର ମିଳୁନାହିଁ ତେବେ ଅନ୍ୟ ଜିନିଷ ଅର୍ପଣ କରି ମହାଦେବଙ୍କୁ ପ୍ରସନ୍ନ କରିପାରିବେ । ତାହା ହେଉଛି ଶମି ପତ୍ର, ସବୁଜ ମୁଗ, ଜଅ କିମ୍ବା ଗହମ । ଏହାକୁ ଅର୍ପଣ କରିବା ଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ପ୍ରାପ୍ତ ହେବ ।