ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଏହି ମାସରେ ମହାଦେବଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସରେ ଚାରିଆଡେ ଉତ୍ସାହର ମାହୋଲ । ଶିବପୀଠରେ ଲାଗୁଛି କାଉଡିଆଙ୍କ ଭିଡ । ଶ୍ରାବଣ ମାସରେ କେବଳ ସୋମାବାର ନୁହେଁ ପ୍ରତ୍ୟେକ ଦିନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟମାନ କରିପାରିବେ । ସେହିପରି ଶିବ ଭଗବାନଙ୍କ ଆର୍ଶିବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ବୁଧାବର ଦିନ କରନ୍ତୁ ଏହି ଉପାୟ ।
ଯଦି ଆପଣ ବୁଧ ଗ୍ରହ ଦୋଷରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ବୁଧବାର ବିଧିବଦ୍ଧ ଭାବେ ଶିବଙ୍କୁ ପୂଜା କରନ୍ତୁ । ଗଙ୍ଗାଜଳରେ ମୁଗ ପକାଇ ଅର୍ଘ୍ୟ ଦିଅନ୍ତୁ ।ଏହାସହିତ ମହାଦେବଙ୍କୁ ଦୁବ ଅର୍ପଣ କରନ୍ତୁ । ଆପଣ ପ୍ରସାଦରେ ମହାଦେବଙ୍କୁ ମୁଗ ଲଡ୍ଡୁ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ । ଏହାସହିତ ବୁଧଗ୍ରହ ଦୋଷରୁ ମୁକ୍ତି ମିଳିବ ।
ଯଦି ଆପଣ ଜାତକରେ ସୂର୍ଯ୍ୟ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ସ୍ନାନ ସାରି ଜଳରେ ଗୁଡ ମିଶାଇ ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶିବଙ୍କ କୃପା ପ୍ରାପ୍ତ ହେବ । ଏହାସହିତ ଜୀବନ ଏବଂ ବ୍ୟବସାରେ ମନ ମୁତାବକ ସଫଳତା ମିଳିବ ।
ଯଦି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ବୁଧବାର ଗଙ୍ଗାଜଳରେ କଳାଜିରା ମିଶାଇ ମହାଦେବଙ୍କୁ ଅଭିଶେକ କରାନ୍ତୁ । ଏହାପରେ ଧଳା କପଡାରେ ମୁଗ ବାନ୍ଧି ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ । ଏହି ସମୟରେ ଶିବ ପଞ୍ଚାକ୍ଷରୀ ଜପନ୍ତୁ । ଏହି ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।