ପୁରୀ (ଏଟିଆର ବ୍ୟୁରୋ): ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ପଞ୍ଚୁକ ବ୍ରତ । ବିଶ୍ୱାସ ରହିଛି କି କାର୍ତ୍ତିକ ମାସ ଯାକ ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ ତାଠୁ ଅଧିକ ପୂଣ୍ୟ ପଞ୍ଚୁକ ବ୍ରତ ରଖିଲେ ମିଳିଥାଏ ।
ଏହି ପଞ୍ଚୁକ ୫ ଦିନ ଯାକ ଶ୍ରୀମନ୍ଦିରରେ ୫ ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି । ଏଥିପାଇଁ ବଡ ଦାଣ୍ଡରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ।
ସେପେଟ ପଞ୍ଚୁକ ଅବସରରେ ବଡଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ । ବଡ ଦାଣ୍ଡରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଯାଏଁ ଉଠା ଦୋକାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ୱେଚ୍ଛାସେବୀ ରହିବେ ।