ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ-୩ । ଏନେଇ ଇସ୍ରୋର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଦିନ ୨ଟା ୩୫ ରେ ହେବ ଚନ୍ଦ୍ରୟାନ-୩ ର ଉତକ୍ଷେପଣ ହେବ । ସବୁଠୁ ଖାସ୍ କଥା ହେଉଛି ଚନ୍ଦ୍ରୟାନ-୩ ପାଇଁ ଓଡିଶାରୁ ୭୫ ହଜାର ଯନ୍ତ୍ରାଂଶ ଯାଇଛି ।
ଯେଉଁଥିରେ ଭୁବନେଶ୍ୱର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି) ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଇସ୍ରୋକୁ ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି ସିଟିଟିସି । ଦୁଇବର୍ଷ ପୂର୍ବେ ସିଟିଟିସିକୁ ଉପକରଣର ଡ୍ରଇଂସ ମିଳିଥିଲା । ତାହା ଆଧାରରେ ୭୫ ହଜାର ଯନ୍ତ୍ରାଂଶ ନିର୍ମାଣ ହୋଇଛି ।