ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଣପତି ଅର୍ଥାତ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ନାଶ ହୋଇଥାଏ । କିନ୍ତୁ ଥରେ ଗଣପତିଙ୍କ ଉପରେ ମଧ୍ୟ ଏକ ସଙ୍କଟ ପଡିଥିଲା । ଯାହାର କାରଣ ଥିଲେ ଶନିଦେବ ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଶିବଲୋକ ରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀ ଙ୍କ ପୁତ୍ର ଗଣେଶଙ୍କ ଜନ୍ମତ୍ସବ ବେଶ୍ ଧୁମ୍ ଧାମରେ ପାଳିତ ହେଉଥିଲା । ଗଜାନନଙ୍କୁ ଆର୍ଶିବାଦ କରିବା ପାଇଁ ସମସ୍ତ ଦେବାଦେବୀ କୈଳାଶରେ ପହଁଚିଥିଲେ । ଏହି ଉତ୍ସବରେ ନ୍ୟାୟ ଦେବତା ଶନିଦେବ ମଧ୍ୟ ସାମିଲ ହୋଇଥିଲେ କିନ୍ତୁ ସେ ତାଙ୍କ ମୁଣ୍ଡ ତଳକୁ କରି ଛିଡା ହୋଇଥିଲେ । ଏହାକୁ ଦେଖି ଚିନ୍ତିତ ଥିଲେ ମାତା ପାର୍ବତୀ । ଏହାପରେ ଭଗବାନ ବିଷ୍ଣୁ , ମାତା ପାର୍ବତୀଙ୍କୁ ଏହି ଆଘାତରୁ ବାହାରକୁ ବାହାର କରିବା ପାଇଁ ଗରୁଡ ଉପରେ ବସି ମୁଣ୍ଡ ଖୋଜିବା ପାଇଁ ଉତ୍ତର ଦିଗ ଆଡକୁ ବାହାରି ପଡିଲେ । ଏହାସହିତ ଏକ ହାତୀ ମସ୍ତକ ଧରି କୈଳାଶକୁ ଫେରିଲେ । ଏହାପରେ ପୁର୍ନବାର ଜୀବନଦାନ ପାଇଲେ ଭଗବାନ ଗଣେଶ ।
ଶନିଙ୍କୁ ଏହାର କାରଣ ପଚାରିଲେ ମାତା ପାର୍ବତୀ । ଶନି ଦେବ କହିଲେ କି ତାଙ୍କ ଦୃଷ୍ଟିରେ ଗଣପତିଙ୍କ ହାନି ହୋଇପାରେ । କିନ୍ତୁ ମାତା ପାର୍ବତୀଙ୍କ ଆଗ୍ରହ ଦ୍ୱାରା ଶନିଦେବ ଗଣପତିଙ୍କୁ ଦେଖିବା ପାଇଁ ମୁଣ୍ଡ ଟେକିଲେ । ଯେତେବେଳେ ଶନିଦେବଙ୍କ ନଜର ବିଘ୍ନହର୍ତାଙ୍କ ଉପରେ ପଡିଲା ତାଙ୍କ ଶରୀରରୁ ଅଲଗା ହୋଇ ଆକଶରେ ଉଡିଲା । ଏହାକୁ ଦେଖି ଅଚେତ ହୋଇଗଲେ ମାତା ପାର୍ବତୀ ।
ଏହାପରେ ମାତା ପାର୍ବତୀଙ୍କୁ ଏହି ଆଘାତରୁ ବାହାର କରିବା ପାଇଁ ଭଗବାନ ବିଷ୍ଣୁ ମସ୍ତକ ଅନୁସନ୍ଧାନରେ ଯାଇ ଏକ ହସ୍ତି ମସ୍ତକ ଆଣିବା ପରେ ଭଗବାନ ଗଣେଶ ଜୀବନ ଦାନ ପାଇଥିଲେ ।