କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖବର । ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ତିନି ମାସ ପରେ ଭିତରକନିକା ଖୋଲିଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଭିତରକନିକାରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଉଦ୍ୟାନ ଭିତରକୁ ପ୍ରବେଶ କରିବାକୁ ବେଳେ ଡାଙ୍ଗମାଳ, ଖୋଳା, ଗୁପ୍ତି ଓ ଚାନ୍ଦବାଲି ଦେଇ ପର୍ଯ୍ୟଟକ ପ୍ରବେଶ କରିପାରିବେ ।
ସୂଚନାଯୋଗ୍ୟ, କୁମ୍ଭୀର ପଜନନ ପାଇଁ ମେ’ ମାସରୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ଥିଲା ଭିତରକନିକା ଜାତୀୟ ଉଦ୍ୟାନ ।