ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ସେହିପରି ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ଦକ୍ଷୀଣ ଓଡିଶାରେ ଅଧିକ ବର୍ଷା ହେବ ।
ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ଆସନ୍ତାକାଲିଠୁ ବର୍ଷାର ପ୍ରକୋପ କମିବ । ସେହିପରି ପୁଣି ୨୩ ରୁ ବଢିବ । ଅନ୍ୟପଟେ ଆସନ୍ତା ୨୫ ରୁ ୩୧ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।