ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅଲମ୍ପିଆନ୍ ଦୂତି ଚାନ୍ଦକୁ ବଡ ଝଟକା । ଡୋପ୍ ଟେଷ୍ଟ ମାମଲାରେ ବିଫଳ ହେବା ପରେ ଦୂତିଙ୍କୁ ବାସନ୍ଦ କରାଯାଇଛି । ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଚଳିତବର୍ଷ ଜାନୁଆରୀ ୩ରୁ ଲାଗୁ ହୋଇଛି ଦଣ୍ଡାଦେଶ । ସେହିଅନୁଯାୟୀ ୨୦୨୭ ମସିହା ଜାନୁଆରୀ ମାସ ଯାଏଁ ସେ କୌଣସି ପ୍ରତିଯୋଗିତାରେ ଦୌଡି ପାରିବେନି । ଏନେଇ ସୂଚନା ଦେଇଛନ୍ତି ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ଅଧ୍ୟକ୍ଷ ଚୈତନ୍ୟ ମହାଜନ ।
ଅବଶ୍ୟ ଦୂତିଙ୍କୁ ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ଆଗରେ ନିଜର ପକ୍ଷ ରଖିବାକୁ ୨୧ ଦିନ ସମୟ ଦିଆଯାଇଛି । ଶୁଣାଶି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନ ନେଇ ସ୍ୱିକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରିପାରିନଥିଲେ ।