ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ୨୪ ଘଣ୍ଟାରେ ଉତ୍ତର ଓଡିଶା ଦେଇ ଛତିଶଗଡ ମୁହାଁ ହେବ । ଏହାଦ୍ୱାରା ରାଜ୍ୟରେ କମିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ କେବଳ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହି ୫ଟି ଜିଲ୍ଲା ହେଉଛି ନୂଆପଡା, ବରଗଡ, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଝାରସୁଗୁଡା । ୭୦ ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ଆସନ୍ତା ୨୫ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାଫଳରେ ପୁଣି ୨୩ ରୁ ବଢିବ ବର୍ଷା ।