ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାମୁଦ୍ରିକ ଝଡ ‘ଫୋନି’ ପାଇଁ ଭୟଭୀତ ଓଡିଶା । ତେବେ ଏହାର ମୁକାବିଲା ପାଇଁ ସରକାର ଏବଂ ପ୍ରଶାସନ ପ୍ରସ୍ତୁତ ଅଛନ୍ତି । ତେବେ ଏମାନଙ୍କୁ ସହଯୋଗର ହାତ ବଢ଼ାଇଛି ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କ ନିମନ୍ତେ ପ୍ରଚଳିତ ହେଉଥିବା ‘୧୦୮ ଆମ୍ବୁଲାନ୍ସ’ ମଧ୍ୟ ବାତ୍ୟା ମୁକାବିଲାଂ ପାଇଁ ପ୍ରସ୍ତୁତ ଥିବା ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ବାତ୍ୟା ଫନିକୁ ନେଇ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହ ସହ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଛୁଟିକୁ ଆସନ୍ତା ରବିବାର ପର୍ୟ୍ୟନ୍ତ ବାତିଲ କରାଯାଇଥିବାବେଳେ ହେଡ଼କ୍ୱାର୍ଟରରୁ ବାହାରକୁ କାହାକୁ ନ ଯିବାକୁ କୁହାଯାଇଛି ।
ଆମ୍ବୁଲାନ୍ସଗୁଡିକୁ ସମ୍ଭାବିତ ଜଳବନ୍ଦୀ ଅଞ୍ଚଳରୁ ଦୁରେଇ ଉଚ୍ଚା ସ୍ଥାନମାନଙ୍କରେ ରଖାଯାଇଛି । ବାତ୍ୟାର ପ୍ରକୋପକୁ ଆଶଙ୍କାକରୀ ଆମ୍ବୁଲାନ୍ସ ଗମନାଗମନ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖାଯାଇଛି । ବାତ୍ୟାରେ ମୋବାଇଲ ନେଟୱାର୍କ ବ୍ୟାଘାତ ଆଶଙ୍କା ଯୋଗୁଁ ବିକଳ୍ପ ସୁରୂପ ଅଧିକ କିଛି ମୋବାଇଲ ନମ୍ବର ଆଣି ବିଭିନ୍ନ ସ୍ଥାନରେ ସହଜ ଯୋଗାଯୋଗ ପାଇଁ ପ୍ରଦାନ କରାଯାଇଛି । ଅନ୍ୟପଟେ ଏମରଜେନ୍ସି କଲ୍ ଗୁଡ଼ିକ ରିସିଭ୍ କରିବା ପାଇଁ ୨୪ଘଣ୍ଟିଆ କଲ୍ ସେଣ୍ଟର ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସଦ୍ୟ ସୂଚନା ଅନୁଯାୟୀ ପୁରୀଠାରୁ ଆଉ ମାତ୍ର ୩୪୦ କିମି ଦୂରରେ ରହିଛି ‘ଫୋନି’ । ଆସନ୍ତାକାଲି ଅପରାହ୍ନ ୧୦-୧୨ ଭିତରେ ଓଡିଶା ସ୍ଥଳଭାଗ ଛୁଇଁବ । ଏବେ ଏହା ଘଣ୍ଟାକୁ ୧୬ କିମି ବେଗରେ ଗତି କରୁଛି । ପୂର୍ବରୁ ସୂଚନା ଦିଆଯାଇଥିଲା କି ଫୋନି ଗତକାଲି ସନ୍ଧ୍ୟାରେ ଓଡିଶା ସ୍ଥଳଭାଗ ଛୁଇଁବ । କିନ୍ତୁ ଏହାର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି ।