ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଦୁର୍ବଳ ରହିଥିବା ବେଳେ ହ୍ରାସ ପାଇଛି ବର୍ଷାର ପରିମାଣ । ଆଜିଠୁ ସାମାନ୍ୟ ବଢିପାରେ ବର୍ଷାର ପରିମାଣ । ଆସନ୍ତା ୨୩ ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ପ୍ରବଳ ବର୍ଷା ପାଇଁ ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ସୁନ୍ଦୁରଗଡ, କେନ୍ଦୁଝର,ଗଞ୍ଜାମ ଓ ଗଜପତି ।