ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ମୁନ୍ ମିଶନ ତଥା ଚନ୍ଦ୍ରଯାନ୩ର ଐତିହାସିକ ସଫଳତା ପରେ ଏବେ ଆଉ ଏକ ମିଶନ ପ୍ରସ୍ତୁତିରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଆଜ୍ଞା ହଁ ଇସ୍ରୋର ଆଗାମୀ ମିଶନ ହେଉଛି ସୂର୍ଯ୍ୟ ମିଶନ । ଯହାର ନାମ ହେଉଛି ଆଦିତ୍ୟ ଏଲ୧ । ଏହି ମିଶନ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଇସ୍ରୋର ସମସ୍ତ ବୈଜ୍ଞାନିକ । ସେପ୍ଟମ୍ବର ୨ରେ ପିଏସଏଲଭି ରକେଟ୍ ମାଧ୍ୟମରେ ସତୀଶ ଧୱନ ସ୍ପେସ ସେଣ୍ଟର ଏସଏଚଏଆର ଶ୍ରୀହରିକୋଟାରୁ ଆଦିତ୍ୟ ଏଲ୧ ଲଞ୍ଚ କରିବ ଇସ୍ରୋ ।
ଇସ୍ରୋର ର ଆଦିତ୍ୟ ଏଲ୧ ମିଶନ୍ ହେଉଛି ଭାରତୀୟ ସ୍ପେସ୍ ଏଜେନ୍ସିର ସବୁଠାରୁ କଷ୍ଟକର ମିଶନ୍ ।