ଏଟିଆର ବ୍ୟୁରୋ: ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ଏହା ଭାଇ-ଭଉଣୀଙ୍କ ପ୍ରେମ ଓ ସ୍ନେହର ପର୍ବ । ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଏହି ପର୍ବ ପାଳନ କରିଥାଏ । ଚଳିତବର୍ଷ ଅଗଷ୍ଟ ୩୦ ଶ୍ରାବଣ ପୂର୍ଣ୍ଣିମା ।
ରାକ୍ଷୀ ବାନ୍ଧିବା ପୂର୍ବରୁ ଭଦ୍ରାକାଳ ଓ ରାହୁ କାଳ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଶାସ୍ତ୍ରଅନୁସାରେ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ । ମାନ୍ୟତା ରହିଛି କି ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ନାହିଁ । ଚଳିତବର୍ଷ ଅଗଷ୍ଟ ୩୦ ରେ ସାରା ଦିନ ତଥା ରାତି ୯ଟା ଯାଏଁ ଭଦ୍ରାକାଳ ରହୁଛି । ରାତି ୯ଟା ପରଠୁ ୩୧ ତାରିଖ ସକାଳ ୭ଟା ଯାଏଁ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଏହି ସମୟରେ ଭଦ୍ରାକାଳ ନାହିଁ । ତେବେ ଆସନ୍ତୁ ଜାଣିବା ଭଦ୍ରାକାଳରେ ଭାଇ ହାତରେ ରାକ୍ଷୀ ନବାନ୍ଧିବାକୁ ନେଇ କଣ ରହିଛି କାରଣ..
ଭଦ୍ରା ରେ ରାକ୍ଷୀ ନବାନ୍ଧିବାକୁ ନେଇ ଏକ କଥ ପ୍ରଚଳିତ ଅଛି । ସେହିଅନୁସାରେ ଲଙ୍କାର ରାଜା ରାବଣ ତାଙ୍କ ଭଉଣୀଙ୍କଠୁ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଥିଲେ । କୁହାଯାଏ କି ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଯୋଗୁଁ ରାବଣର ସର୍ବନାଶ ହୋଇଥିଲା । ସେହି ମାନ୍ୟତାନୁସାରେ ଯେବେ ଭଦ୍ରାକାଳ ଲାଗି ରହେ ସେହି ସମୟରେ ଭାଇ ହାତରେ ରାକ୍ଷୀ ବନ୍ଧାଯାଏ ନାହିଁ ।
ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଶନିଦେବଙ୍କ ଭଉଣୀ ହେଉଛନ୍ତି ଭଦ୍ରା । ସେ ଶନିଙ୍କ ଭଳି ଉଗ୍ର ସ୍ୱଭାବର । କୁହାଯାଏ କି ଭଦ୍ରାଙ୍କୁ ବ୍ରହ୍ମା ଶ୍ରାପ ଦେଇଥିଲେ ଯେ , ଭଦ୍ରାକାଳରେ ଯିଏ ବି କୌଣସି ଶୁଭ କାର୍ଯ୍ୟ କରିବ ତାହା ସଫଳ ହେବ ନାହିଁ ।