ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସମସ୍ତେ ଜାଣିଥିବେ ଶିବ ଏବଂ ଗୌରୀଙ୍କ ପୁତ୍ର ହେଉଛନ୍ତି ଗଣେଶ । ଗଣେଶ ଭଗବାନ ତାଙ୍କ ଭକ୍ତଙ୍କ ସମସ୍ତ କଷ୍ଟକୁ ଦୂର କରିଥାନ୍ତି । ଆଜି ବୁଧବାର ଏବଂ ସମସ୍ତେ ଜାଣିଛନ୍ତି ଏହି ଦିନ ଗଣେଶ ମହାପ୍ରଭୁଙ୍କ ଦିନ । ଆଜି ଆମେ ଆପଣଙ୍କୁ ଗଣେଶ ଭଗବାନଙ୍କୁ ପ୍ରଶନ୍ନ କରିବାର କିଛି ଉପାୟ କହିବାକୁ ଯାଉଛୁ । ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ।
– ପ୍ରତ୍ୟେକ ବୁଧବାର ଗାଈକୁ ଘାସ ଖୁଆନ୍ତୁ । ଭଗବାନ ଗଣେଶ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।
– ବୁଧବାର ଦିନ ଗଶେଣ ମନ୍ଦିର ଯାଇ ସିନ୍ଦୁର ଚଢାନ୍ତୁ । ସିନ୍ଦୁର ଚଢେଇବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।
– ବୁଧବାର ଦିନ ସକାଳୁ ଭଗବାନ ଗଣେଶଙ୍କୁ ୧୧ କିମ୍ବା ୨୧ଟି ଦୁବ ଘାସ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
– ଯଦି ଆପଣଙ୍କ ଜାତକରେ ଖରାପ ସମୟ ଜାଲିଛି ତେବେ ବୁଧବାର ଦିନ ସକାଳୁ ଗଣେଶ ଭଗବାନଙ୍କ ମନ୍ଦିର ଯାଇ ଦର୍ଶନ କରିବା ପରେ,କିଛି ଗରିବଙ୍କୁ ଦାନ କରନ୍ତୁ ।