କୋଣାର୍କ (ଏଟିଆର ବ୍ୟୁରୋ): ପୁଣି ଥରେ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଆରମ୍ଭ ହୋଇଛି । ଉନ୍ନତମାନ ଯନ୍ତ୍ର ବ୍ୟବହାର କରି ଶୀଘ୍ର ବାଲି କାଢିବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏଏସଆଇ ଏବଂ ବିଡିଆର ନିର୍ମାଣ ବିଭାଗ ପକ୍ଷରୁ ଗତ ସେପ୍ଟମ୍ବର ୮ ତାରିଖରୁ ବାଲି କଢା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ଦିନ ପାଇଁ ଏହି ପ୍ରକ୍ରିୟା ବନ୍ଦ ରହିଥିଲା । ପୁଣି ଥରେ ବାଲି କଢା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଗର୍ଭଗୃହରୁ ବାଲି କାଢିବା ସମୟରେ ପର୍ଯ୍ୟଟଙ୍କ ଅସୁବିଧା ନହେବା ପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ।