ପୁରୀ (ଏଟିଆର ବ୍ୟୁରୋ): ଏଣିକି ଜଗା ଦର୍ଶନ ପାଇଁ ଲାଗିବ ଟଙ୍କା । ଆଉ ମିଳିବନି ମାଗଣା ଦର୍ଶନ । ପ୍ରତିଦିନ ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ ବ୍ୟବସ୍ଥା କରିବ । ଯାହାଦ୍ୱାରା କେବଳ ନିର୍ଦ୍ଧିଷ୍ଟ ସମୟ ପାଇଁ ଦେୟମୁକ୍ତ ଜଗା ଦର୍ଶନ କରିପାରିବେ ଭକ୍ତ । ଆୟ ବଢାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ବ୍ଲ୍ୟୁ ପ୍ରିଣ୍ଟ କରିଛି । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏହି ନିଷ୍ପତି ହୋଇଛି ।
ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନ ଗୁଡିକୁ ଦର୍ଶନ କରିବା ପାଇଁ ‘ମାହାଲ’ ଦେବେ ତୀର୍ଥଯାତ୍ରୀ । ରୋଷଘର ଦର୍ଶନ, କୋଇଲି ବୈକୁଣ୍ଠ ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ ଆଦି ଉପରେ ଦେୟ ଆଦାୟ କରାଯିବ । ଏହାସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ଓ ନରେନ୍ଦ୍ରରେ ସଂକଳ୍ପ କରିବା ଲାଗି ହେବ ଦେୟ ଆଦାୟ । ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତି ନେଇଛି ।