ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ କୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ସେହିପରି ଆଜି ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଆଜିର ଦିନରେ ବିଧି ବିଧାନର ସହ ଲଡ୍ଡୁ ଗୋପାଳଙ୍କର ପୂଜା କରାଯାଇଥାଏ । ଏହିଦିନ ଲଡ୍ଡୁ ଗୋପାଳଙ୍କର ବିଶେଷ ଶୃଙ୍ଖାର କରାଯାଏ । ଏହାସହିତ ଜନ୍ମାଷ୍ଟମୀରେ କାକୁଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁହାଯାଏ କି ବିନା କାକୁଡିରେ ପୂଜା ଅଧା ହୋଇଥାଏ । ମାନ୍ୟତାନୁସାରେ ଜନ୍ମାଷ୍ଟମୀରେ କାକୁଡି ଚଢାଇବାର ବିଶେଷ ମହତ୍ୱ ରହିଛି ।
ଜନ୍ମାଷ୍ଟମୀରେ ଲଟାରୁ କାକୁଡି କାଟି ଅଲଗା କରାଯାଇଥାଏ । ବାସ୍ତବରେ, ଏହିଦିନ କାକୁଡି କୁ ଶ୍ରୀକୃଷ୍ଣଙ୍କ ମାତା ଦେବକୀଙ୍କଠୁ ପୃଥକ କରିବାର ପ୍ରତୀକ ଭାବେ ଦେଖାଯାଏ । ଜନ୍ମସମୟରେ ଯେଉଁଭଳି ଶିଶୁଙ୍କୁ ଗର୍ଭନାଡାରୁ କାଟି ଅଲଗା କରାଯାଇଥାଏ, ସେହିପରି ଶ୍ରୀକୃଷ୍ଣଙ୍କ ଜନ୍ମତ୍ସବ ଅବସରରେ କାକୁଡିକୁ ଲଟାରୁ କାଟି କାହ୍ନାଙ୍କୁ ଜନ୍ମ ଦେବାର ପରମ୍ପରା ପ୍ରଚଳିତ ହୋଇ ଆସୁଛି ।