ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ଆତଙ୍କ । ରାଜଧାନୀ ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ । ଏହାକୁ ରୋକିବା ପାଇଁ ବିଏମସି ପ୍ରୟାସ ଜାରି ରଖିଛି । ହେଲେ ଡେଙ୍ଗୁର ଶିକାର ହେଉଛନ୍ତି ଅନେକ ଲୋକ । ଏହାରି ମଧ୍ୟରେ ମୁଖ୍ୟ ଶାସନ ସଚିବ ଡେଙ୍ଗୁରେ ପୀଡିତ ହୋଇଛନ୍ତି ।
ତାଙ୍କୁ ଚିକିତ୍ସା କରିବା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଦିନେ ଦୁଇ ଦିନ ହସ୍ପିଟାଲରେ ରହିବେ । ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।