ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏଚସିଏସଇ ଦ୍ୱାରା ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର । ମହାମାରୀ ସମୟରେ ପିଲାଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ମୂଲ୍ୟାୟନ କେମିତି ହେବ ଏବଂ ଫଳାଫଳ କେବେ ଘୋଷଣା କରାଯିବ । ସେଥିପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
କେଉଁ ଆଧାରରେ ଓ କିଭଳି ମୂଲ୍ୟାୟନ କରାଯିବ ଏବଂ ଫଳାଫଳ ଘୋଷଣା ନେଇ ବରିଷ୍ଠ ଶିକ୍ଷାବିତ ଓ ସିଏଚସିଏସଇ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା କମିଟି ବିଚାରବିମର୍ଶ କରିବ ।
ସିବିଏସଇ ଏବଂ ଆଇସିଏସଇ ଫଳାଫଳ ସମୟରେ ହିଁ ସିଏଚଏସଇ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।