ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସୁଛି ବାତ୍ୟା ‘ଫାନୀ’ । ଭାରତ ମହାସାଗରର ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନର ରୂପ ନେଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତି କରିବ ବାତ୍ୟା । କିନ୍ତୁ ଓଡିଶା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଶଶିକାନ୍ତ ଏହି ସୂଚନା ଦେଇଛନ୍ତି।
ଅନ୍ୟପଟେ ପାଣିପାଗ ବିଭାଗ ସୂଚତା ମୁତାବକ, ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆସନ୍ତା ୩୦ ଓ ୧ ଦୁଇ ଦିନ ଧରି ପ୍ରବଳ ବର୍ଷା ସହ ଭୀଷଣ ପବନ ବହିପାରେ । ବାତ୍ୟା ଫାନି ତାମିଲନାଡୁ ଉପକୂଳ ଛୁଇଁବାକୁ ଥିବା ବେଳେ ଓଡିଶାରେ ଏହାର ସେମିତି ବିଶେଷ ପ୍ରଭାବ ପଡିବନି । ତେବେ ଆସୁଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଆକାଶ ମେଘମୁକ୍ତ ରହିବ। କେବଳ କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ କାଁଭାଁ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।