ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ପିତୃପକ୍ଷ । ହିନ୍ଦୁଧର୍ମରେ ଏହା ଖୁବ୍ ମହତ୍ୱପୂର୍ଣ୍ଣ । ପଞ୍ଚାଙ୍ଗନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ରେ ଶେଷ ହୋଇଥାଏ । ପିତୃପକ୍ଷ ଅବସରରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପରିବାର ଲୋକ ଶ୍ରାଦ୍ଧ କର୍ମ, ପିଣ୍ଡଦାନ ଓ ତର୍ପଣ କରିଥାନ୍ତି । ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ପରିବାର ଲୋକଙ୍କୁ ସୁଖ-ସମୃଦ୍ଧିର ଆର୍ଶିବାଦ ପ୍ରଦାନ କରିଥାନ୍ତି । କିନ୍ତୁ ଏହି ପିତୃପକ୍ଷ ସମୟରେ କିଛି ନିୟମ ରହିଛି ଯାହାକୁ ମାନିବା ଉଚିତ୍ । ଯେପରିକି ନୂଆ ଜିନିଷ କିଣିବା ଉଚିତ୍ ନୁହେଁ ।
ପିତୃପକ୍ଷ ସମୟରେ ପିତୃପୁରୁଷଙ୍କ ଆତ୍ମା ମୃତ୍ୟୁଲୋକରେ ଘୁରି ବୁଲୁଥାଏ । ସେଥିପାଇଁ ସେମାନଙ୍କ ଆତ୍ମାକୁ ଶାନ୍ତି କରିବା ପାଇଁ ଦାନ, ପିଣ୍ଡଦାନ, ତର୍ପଣ କରିବା ଉଚିତ୍ । କିନ୍ତୁ ଏହି ସମୟରେ ନୂତନ ଜିନିଷ କିଣିବା ଉଚିତ୍ ନୁହେଁ । ମାନ୍ୟତା ରହିଛି କି ଏହି ସମୟରେ କୌଣସି ବି ନୂତନ ଜିନିଷ କିଣିବା ଦ୍ୱାରା ପରିବାର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ପିତୃପକ୍ଷରେ ନୂତନ ଜିନିଷ କିଣିବା ଉଚିତ୍ ନୁହେଁ ।