ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି ହେତୁ ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଉଛି ସୁନା ଦର । ଲଗାତାର ଭାବେ ଦର ହ୍ରାସ ପାଇବାରେ ଲାଗିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ବିଶିଷ୍ଟ ସୁନାର ୧୦ ଗ୍ରାମ ପ୍ରତି ଦର ୫୨ ହଜାର ୮୦୦ ରହିଥିବା ବେଳେ ୨୨ କ୍ୟାରେଟ ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮ ହଜାର ରହିଛି । ଏକ ସପ୍ତାହ ମଧ୍ୟରେ ପ୍ରାୟତଃ ୫ ହଜାର ଟଙ୍କା କମିଛି ସୁନା ଦର ।
ସେହିପରି ରୂପା ଦର ମଧ୍ୟ କମିଛି । କେଜି ପ୍ରତି ରୂପା ଦର ୭ ହଜାର ଟଙ୍କା କମିଛି ।