ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ଆଗାମୀ ବର୍ଷ ଆରମ୍ଭରେ ତାର ଗାଲାକ୍ସି ଏସ୨୪ ଅଲ୍ଟ୍ରା ଲଞ୍ଚ କରିପାରେ । ଫୋନଟି ଲଞ୍ଚ ପୂର୍ବରୁ ଅନେକ ଲିକ୍ସ ସାମ୍ନାକୁ ଆସିବା ଆରମ୍ଭ ହୋଇଛି ।
ଲିକ୍ସ ରିପୋର୍ଟ ମୁତାବକ, ସାମସଙ୍ଗ ଗାଲାକ୍ସି ଏସ୨୪ ଅଲ୍ଟ୍ରା ରେ ୨୦୦ଏମପି ର ପ୍ରାଇମେରୀ କ୍ୟାମେରା ୦.୬ ମାଇକ୍ରୋମିଟର ପିକ୍ସଲ ଡାଏମେନସନ ସହ ଆସିବ, ଯାହା ସାର୍ପ ଏବଂ ଡିଟେଲ ଇମେଜ କ୍ୟାପଚର କରିବ ।
ଏଥିରେ ୨୦୦ଏମପି ପ୍ରାଇମେରୀ କ୍ୟାମେରା ବ୍ୟତିତ ୧୨ଏମପି ର ଅଲ୍ଟ୍ରା ୱାଇଡ କ୍ୟାମେରା ମଧ୍ୟ ଦିଆଯିବ । ଯେଉଁଥିରେ ଆପଣଙ୍କୁ ଆଇଏମଏକ୍ସ୫୬୪ ସେଂସର ମିଳିବ, ଯାହା ୧.୪ ମାଇକ୍ରୋମିଟର ପିକ୍ସଲ ସାଇଜ ସହ ଆସିବ । ୱାଇଡ ଆଙ୍ଗେଲକୁ ଭଲ ଭାବେ କ୍ୟାପଚର କରିବ ।
ଯେଉଁମାନଙ୍କୁ ଜୁମ୍ ଫଟୋ କ୍ଲିକ କରିବାକୁ ପସନ୍ଦ ସେମାନଙ୍କ ପାଇଁ ୧୦ ଏମପି ର ଟେଲିଫଟୋ ସେଂସର ଦିଆଯିବ । ଯାହା ୩ଏକ୍ସ ଅପ୍ଟିକାଲ ଜୁମ୍ ସହିତ ଆସିବ ।