ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ମିଳିଲା ନୂତନ ଦାୟିତ୍ୱ । ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ର ବ୍ରାଣ୍ଡ ଆମ୍ବାସାଡର ହେଲେ ଧୋନି । ତାଙ୍କୁ ବ୍ରାଣ୍ଡଆମ୍ବାସାଡାର କରିଛି ଏସବିଆଇ । ମାର୍କେଟିଂ ଏବଂ ପ୍ରମୋସନାଲ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଧୋନି ।
ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି, କଠିନ ସମୟରେ ଧୋନୀ ବହୁତ ଶାନ୍ତ ଦେଖାଯିବା ଆମେ ଦେଖିଛୁ । ତୁରନ୍ତ ନିଷ୍ପତି ନେବାରେ ମଧ୍ୟ ସେ ଶକ୍ତି ରଖନ୍ତି । ସେଥିପାଇଁ ଧୋନୀଙ୍କ ଠୁ ଆଉ କେହି ଭଲ ଆମକୁ ମିଳିବେନି ବୋଲି ଆମେ ଭାବୁଛୁ । ଆମେ ନିଶ୍ଚିତ ଯେ ଧୋନିଙ୍କ ନେତୃତ୍ୱରେ ଆମ ବ୍ୟାଙ୍କ ଏବଂ ଆମ ଗ୍ରାହକଙ୍କ ସହ ଏକ ଭଲ ସମ୍ପର୍କ ବଜାୟ ରଖିବାରେ ସକ୍ଷମ ହେବୁ ।