ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କିଛି ଦିନ ହେବ ଗରମ ଓ ଗୁଳୁଗୁଳି ହେଉଛି । କିନ୍ତୁ ଏବେ ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟରେ ଏବେ କିଛିକାଂଶରେ ପାରଦ ହ୍ରାସ ପାଇଛି । ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇଛି ପାରଦ । ଯାହାଦ୍ୱାରା ଏବେ ରାଜ୍ୟରେ ଶୀତ ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରାଜ୍ୟରେ ପଶ୍ଚିମା ଝଙ୍ଗର ପ୍ରଭାବ ଓ ଓଡିଶାକୁ ପ୍ରବେଶ କରୁଥିବା ପୂର୍ବ ତରଙ୍ଗାୟିତ ଗରମ ଶୁଷ୍କ ବାୟୁ ପ୍ରବାହ କମିବ । ସେହିପରି ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାକୁ ଯାଉଛି । ଏହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ବଢିବ । ଏହାସହିତ ଆଗାମୀ ଦୁଇ ଦିନରେ ରାଜ୍ୟରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ ।