ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପଠାଇଛନ୍ତି । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ରଜନୀକାନ୍ତ ସିଂହ ୨୦୧୯ ମସିହା ଜୁନ୍ ମାସରୁ ବାଚସ୍ପତି ଭାବେ କାର୍ଯ୍ୟ ଭାର ତୁଲାଉ ଥିଲେ ।
ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀ ସିଂହ । ଏବେ ପରବର୍ତ୍ତି ଉପବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି ।