ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଚାଚନ ବଦଳିଲା ପାଗ । ଖସିଲା ପାରଦ ବଢିଲା ଶୀତ । ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮.୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨.୬ ଡିଗ୍ରୀ ରହିଥିଲା । ସେହିପରି ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮.୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୫ ଡିଗ୍ରୀ ରହିଥିଲା ।
ବାତ୍ୟା ପ୍ରଭାବରେ ବର୍ଷା ହେବା ଫଳରେ ତାପାମାତ୍ରା ହ୍ରାସ ପାଇଥିଲା । ଯାହାଦ୍ୱାରା ଅଚାନକ୍ ଶୀତ ବଢିଥିଲା । ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା ।