ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଥିବା ବେଳେ ପାହାଡିଆ ଅଞ୍ଚଳର ତାପମାତ୍ରା ଲଗାତାର ହ୍ରାସ ପାଉଛି । ୭ ଡିଗ୍ରୀ ତଳେ ରହିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି । ଯାହା ସବୁଠୁ ଥଣ୍ଡା ସହର ପାଲଟିଛି । ଆଗାମୀ ୨ ଦିନ ଯାଏଁ ଶୀତ ଲହରି ଜାରି ରହିବ । ୧୭ ତାରିଖ ଯାଏଁ ପାରଦ ଖସିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଲହରୀ ଜାରି ରହିଛି । ସେହିପରି ଆଜି ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।