ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନାର ଚାହିଦା ବଢିବାରେ ଲାଗିଛି । ତାହା ସହିତ ବାହାଘର ସିଜିନ୍ ଥିବାରୁ ଲୋକେ ସୁନା କିଣିବାକୁ ବେଶି ପସନ୍ଦ କରୁଛନ୍ତି । ଆରମ୍ଭ ହୋଇଯାଇଛି ବାହାଘର ସିଜିନ୍ । ଏହାରି ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ହେଉଥିବା ଯୋଗୁଁ ଘରୋଇ ବଜାରରେ ଦର ବୃଦ୍ଧି ହେଉଛି । କିନ୍ତୁ ସୁନା ପ୍ରତି ଲୋକଙ୍କର ଆଦର କେବେ କମି ନାହିଁ । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୨୪୦୦ ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୭,୧୬୦ ହୋଇଛି ।
ସେହିଅନୁଯାୟୀ ଆଜି ଭୁବନେଶ୍ବରରେ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ୫୭୬୫୦ ଏବଂ ୬୧୮୯୦ ହୋଇଛି । ସେହିପରି ମୁମ୍ବାଇରେ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ୫୭୬୫୦ ଏବଂ ୬୨୮୯୦, ଦିଲ୍ଲୀରେ ୫୭୮୦୦ ଓ ୬୩୦୪୦ ଚେନ୍ନାଇରେ ୪୭୯୨୭ ଓ ୫୨୨୮୫, କୋଲକାତାରେ ୫୭୬୫୦ ଓ ୬୨୮୯୦ ଟଙ୍କା ରହିଛି ।