ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫେବୃଆରୀ ୧୬ ରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା । ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।
ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଓଡିଶା ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ସେହିପରି ସିବିଏସଇ ବୋର୍ଡ ପକ୍ଷରୁ ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।