ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଖସୁଛି ପାରଦ ବଢୁଛି ଶୀତ । ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଥିବା ବେଳେ ପାହାଡିଆ ଅଞ୍ଚଳର ତାପମାତ୍ରା ଲଗାତାର ହ୍ରାସ ପାଉଛି । ୧୦ ଡିଗ୍ରୀ ତଳେ ରହିଛି ୧୧ ସହର । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ସବୁଠୁ ଥଣ୍ଡା ସହର ପାଲଟିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି , କିରେଇରେ ୮.୨, ଜି.ଉଦୟଗିରିରେ ୮.୬, ରାଉରକେଲାରେ ୮.୮, ଝାରସୁଗୁଡାରେ ୯.୮ ତାପମାତ୍ରା ରେକର୍ଡ କରାଯାଇଛି ।
୨୦ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ଓ ୨୪ ତାରିଖ ବେଳକୁ ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। ପଶ୍ଚିମା ବୟୁ ପ୍ରଭାବରେ ଏଭଳି ପରିବର୍ତ୍ତନ ଆସିପାରେ ।