ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହିଦିନକୁ ହନୁମାନଙ୍କୁ ସମର୍ପିତ କରାଯାଇଛି । ଭଗବାନ ହନୁମାନଙ୍କୁ ସଙ୍କଟମୋଚନ, ପରାକ୍ରମ, ସାହାସ ଓ ଅସୀମ ଶକ୍ତି ରୂପେ ଉପାସନା କରାଯାଏ । ତାଙ୍କୁ କଳିଯୁଗର ଦେବତା ବୋଲି ମଧ୍ୟ କୁହାଯାଏ । ସେହିପରି ହନୁମାନଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କ କୃପା ଲାଭ ପାଇଁ ସବୁଠାରୁ ଭଲ ଉପାୟ ହେଉଛି ହନୁମାନ ଚାଳିଶା ପାଠ । ନିୟମିତ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହେବା ସହ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
– ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଭଗବାନ ହନୁମାନଙ୍କୁ ଶୀଘ୍ର ପ୍ରସନ୍ନ କରିବା ପାଇଁ ସକାଳ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
– ସକାଳୁ ସ୍ନାନ ସାରି ଭଗବାନ ରାମ ଏବଂ ହନୁମାନଙ୍କୁ ସ୍ମରଣ କରି ହନୁମାନ ପାଠ କରିବା ଉଚିତ୍ ।
– ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପାଠ କରିବା ସମୟରେ ସଫା ସୁତୁରା ପ୍ରତି ଧ୍ୟାନ ରଖିବା ଉଚିତ୍ ।
– ହନୁମାନ ଚାଳିଶା ପାଠ କରିବା ସମୟରେ ମନରେ ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ ।
– ନିୟମିତ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମନରୁ ଭୟ ଦୂର ହେବା ସହ ନକରାତ୍ମକ ଶକ୍ତି ଦୂର ହୁଏ ।
– ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ ।
– ଜାତକରେ ଶନିଦୋଷ ଥିଲେ ଶନିବାର ହନୁମାନ ଚାଳିଶା ପାଠ କରିବା ଉଚିତ୍ । ଏହାଦ୍ୱାରା ଦୋଷ କମ ହୋଇଯାଏ ।