ପୁରୀ (ଏଟିଆର ବ୍ୟୁରୋ): ରୂପାରେ ଝଟକୁଛି ସିଂହଦ୍ୱାର । ଶେଷ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରର ରୂପା ଛାଉଣୀ କାର୍ଯ୍ୟ । ପୂର୍ବ ନିଷ୍ପତି ଅନୁଯାୟୀ, ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ୱାର ରୂପାଛାଉଣୀ କାର୍ଯ୍ୟ ଶେଷ ହୋଇଛି । ମୁମ୍ବାଇରୁ ଜଣେ ଭକ୍ତ ଦେଇଥିବା ରୂପାରେ ନିର୍ମିତ ଚାଦର ସିଂହଦ୍ୱାରରେ ଲଗାଯାଇଛି । ରୂପାଛାଉଣୀ ପରେ ଖୁବ୍ ସୁନ୍ଦର ଦିଶୁଛି ସିଂହଦ୍ୱାର ।
ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ଆଉ ମାତ୍ର ଦିନକ ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଚତୁର୍ଦ୍ଧା ମୂରତି ।