କନ୍ଧମାଳ (ଏଟିଆର ବ୍ୟୁରୋ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗବାଡିରେ ଚଳିତବର୍ଷ ପ୍ରଥମ ତୁଷାରପାତ ଦେଖାଦେଇଛି । ହ୍ରାସ ପାଇଛି ପାରଦ । ୮.୫ ଡିଗ୍ରୀକୁ ଖସି ଆସିଛି । ଯାହାଫଳରେ ଅସମ୍ଭାଳ ଶୀତ ହେଉଛି । ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ଦିନ ସାରା ଥଣ୍ଡା ପବନ ବୋହୁଛି ।
ସାରା ରାଜ୍ୟରେ ତଳମୁହାଁ ପାରଦ । ରାତିର ତାପମାତ୍ର ସ୍ୱାଭାବିକ ଠୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୪ ସହର ।
ସେପଟେ ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ ପର୍ଯ୍ୟଟକଙ୍କ ମନରେ ଏକ ପ୍ରକାରର ଖୁସୀ ଆଣି ଦେଇଛି ।