ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଫେବ୍ରୁଆରୀ ୧ ରୁ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରେ ଲକଡାଉନ ଜାରି କରାଯାଇ ପାରିବ ।
ସେହିପରି ଫେବ୍ରୁଆରୀ ୧ତାରିଖରୁ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗଙ୍କ ଉପରେ ଛଡା ଯାଇଥିବା ବେଳେ ଫେବ୍ରୁଆରୀ ୧ ରୁ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଅନ୍ତିମକ୍ରିୟା ଓ ବିବାହ ପାଇଁ ଯୋଗଦେବା ପାଇଁ ଗତ ମାସରେ ୧୦୦ ରହିଥିବା ବେଳେ ଏବେ ଏହାର ସଂଖ୍ୟା ୫୦୦ କୁ ବୃଦ୍ଧି କରାଯାଇଛି ।ସାମାଜିକ , ଧାର୍ମିକ , ରାଜନୈତିକ , କ୍ରୀଡା ଓ ସମାବେଶ ପାଇଁ ମଧ୍ୟ ୫୦୦ ଲୋକଙ୍କ ପାଇଁ ଅନୁମତି ମିଳିଛି । ପୂର୍ବରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ବୋଲି ଘୋଷଣା ହୋଇଥିବା ବେଳେ ରାଜ୍ୟରେ ଜାନୁଆରିରେ ମଧ୍ୟ ସ୍କୁଲ ଖୋଲି ନଥିଲା । ତେବେ ରାଜ୍ୟରେ ଫେବ୍ରୁଆରୀ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା ।
ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁପଡିବ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ , ଗୁଟୁଖା , ପାନ ସେବନ ମନା । ସୁଇମିଂ ପୁଲ ଖୋଲିବା ଏବଂ ଏହାର ବ୍ୟବହାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ହେବ।