ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱର ଜନତା ମୈଦାନରେ ଏହି ତିନି ଦିନିଆ ଐତିହାସିକ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତୃଭାଷା ଓଡିଆ ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଏହି ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ସମ୍ମିଳନୀରେ ଓଡିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀନ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ ।
୫ ବୀରପୁତ୍ରଙ୍କ ନାଁରେ ଏହି ସମ୍ମିଳନୀ କକ୍ଷ କରାଯାଇଛି । ଏଥିରେ ଦେଶ ବିଦେଶରୁ ୧୦୦ ରୁ ଅଧିକ ବିଶିଷ୍ଟ ଭାଷାବିତ୍ ସାମିଲ ହେବେ ।