ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ଦିନକୁ ଦିନ ବଢିବାରେ ଲାଗିଛି ଦିନ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ଏହାସହିତ ବର୍ତ୍ତମାନର ତାପମାତ୍ରାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ଆଜ୍ଞା ହଁ ଏଣିକି ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର ଜଳ ବିରତି ଘଣ୍ଟି ।
ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ଏହି ଜଳ ବିରତି ଘଣ୍ଟି ବାଜିବ । ଛାତ୍ରଛାତ୍ରୀମାନେ ସଠିକ୍ ସମୟରେ ପାଣି ପିଇବେ । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟା ବାଜିବ । ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।