ପାରାଦୀପ (ଏଟିଆର ବ୍ୟୁରୋ): ସମୁଦ୍ରରେ ମାଛ ଧରା ଉପରେ କଟକଣା । ଆଜିଠୁ ଜୁନ୍ ମାସ ୧୫ ତାରିଖ ଯାଏଁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ କରାଯାଇଛି । ଦୁଇ ମାସ ଯାଏଁ ଚାଲିବ ନାହିଁ ମାଛଧରା ବୋଟ କି ଯନ୍ତ୍ର ଚାଳିତ ଡଙ୍ଗା ।
ମାଛ ବଂଶ ବୃଦ୍ଧି ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତିକୁ ମତ୍ସ୍ୟଜୀବୀ ସ୍ୱାଗତ କରିଥିବା ବେଳେ ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି ।