ଭୁବନେଶ୍ୱର (ଏଟିଆର ବ୍ୟୁରୋ); ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ସକାଳୁ ଆରମ୍ଭ ହୋଇଯାଉଛି ତାତି । ମଧ୍ୟାହ୍ନ ବେଳକୁ ବର୍ଷୁଛି ନିଆଁ । ଯାହାଫଳରେ ତାତିରୁ ମିଳୁନି ନିସ୍ତାର । ଅସ୍ତବ୍ୟସ୍ତ ଜନଜୀବନ । ଆଜି ବି ସମାନ ପରିସ୍ଥିତ । ଆସନ୍ତା ମେ ମାସ ପ୍ରଥମ ସପ୍ତାହ ଯାଏଁ ବଢିବ ଗ୍ରୀଷ୍ମ ପ୍ରକୋପ । ଭୁବନେଶ୍ୱର ସମେତ କେତେକ ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।
ମେ ୯ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଚାଲିବ ବୋଲି ପାଣିପାଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।