ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖୁବ ଶୀଘ୍ର ପୁଣି ଖୋଲିବ ଆରୁଷି ହତ୍ୟା ମାମଲାର ଫାଇଲ । ସାମ୍ନାକୁ ଆସିବ ଆହୁରି ଅନେକ ଗୁମର । ଆହ୍ଲାବାଦ ହାଇକୋର୍ଟର ରାୟଙ୍କୁ ଚ୍ୟାଲେଞ୍ଜ କରି ସିବିଆଇ ଏହି ମାମଲାକୁ ରିଓପନ କରିବା ନେଇ ସୁପ୍ରିମକୋର୍ଟଙ୍କ ସହଯୋଗ ଲୋଡିଥିଲା । ଫଳସ୍ୱରୂପ ସିବିଆଇ ଆବେଦନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।
ସିବିଆଇ ଆବେଦନ ସହ ଡାକ୍ତର ଦମ୍ପତି ତଲୱାରଙ୍କ ଘର କାମ କରୁଥିବା ଘରୋଇ ସହାୟକଙ୍କ ପତ୍ନୀ ଏହି ମାମଲାରେ କରିଥିବା ଆବେଦନ ର ମଧ୍ୟ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ସୁପ୍ରିମକୋର୍ଟ ନୋଟିସ ମଧ୍ୟ ଜାରି କରିଥିବା ଜଣାପଡିଛି । ସେପଟେ ୨୦୦୮ରେ ଘଟିଥିବା ଏହି ଚର୍ଚ୍ଚିତ ହତ୍ୟା କାଣ୍ଡରେ ଆହ୍ଲାବାଦ ହାଇକୋର୍ଟ ୨୦୧୭ ଅକ୍ଟୋବର ୧୨ରେ ନିର୍ଦ୍ଦୋଶ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ୨୦୧୮ ମାର୍ଚ୍ଚରେ ସିବିଆଇ ସୁପ୍ରିମକୋର୍ଟଙ୍କ ସହଯୋଗ ଲୋଡିଥିଲା ।