ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଯେପରି ହସିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଠିକ୍ ସେହିଭଳି କାନ୍ଦିବା ମଧ୍ୟ ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୂଯାୟୀ ବେଳେ ବେଳେ କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା କାନ୍ଦିବା ଦ୍ୱାରା ଶରୀର ପାଇଁ କି କି ଫାଇଦା ହୋଇଥାଏ ।
– ଆଖିରେ ମେମବ୍ରେନ ଶୁଖିବା ଦ୍ୱାରା ଦୃଷ୍ଟିଶକ୍ତି କମ ହୋଇଯାଏ । କିନ୍ତୁ ଆପଣଙ୍କ ଲୁହ ଏହାକୁ ଶୁଖିବାକୁ ଦେଇନଥାଏ, ଯାହାଫଳରେ ଦୃଷ୍ଟିଶକ୍ତି ପ୍ରଖର ଥାଏ ।
– ଲୁହରେ ଲୋସୋଜମ ନାମକ ଏକ ତତ୍ୱ ଥାଏ, ଯାହା ବାହାର ଜୀବାଣୁକୁ ମାରିବାରେ ୯୦ ପ୍ରତିଶତ ସଫଳ ହୋଇଥାଏ ।
– ଯଦି ଆପଣ ଚିନ୍ତାରେ ଅଛନ୍ତି ଏବଂ କାନ୍ଦୁଛନ୍ତି ତେବେ ଲୁହରୁ ଏଂଡ୍ରେନୋକଟ୍ରିକୋଟ୍ରୋପିକ ଏବଂ ଲ୍ୟୁସିନ ଭଳି ହରମୋନ ବାହାରିଥାଏ । ଯାହାଦ୍ୱାରା ଚିନ୍ତା ଦୂର ହୋଇଥାଏ ।
– କାନ୍ଦିବା ଦ୍ୱାରା ମସ୍ତିସ୍କ, ହାର୍ଟ ଏବଂ ଲିମ୍ବିକ ସିଷ୍ଟମ ସଠିକ୍ ଭାବରେ କାମ କରିଥାଏ ।
– ଲୁହ ଆପଣଙ୍କ ନିରାଶପଣକୁ ବାହାରକୁ ବାହାର କରିଦେଇଥାଏ । ଏହାସହିତ ମନ ହାଲକା ହୋଇଥାଏ ।