ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୁହାଁମୁହିଁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ । ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ଉପୁଜିଛି ଏଭଳି ପରିସ୍ଥିତି । ତେବେ ମୁହାଁମୁହିଁ ପରିସ୍ଥିତିରେ କେତେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ଡିଏମଇଟି ଓ ଡିଏମଆରଟି ଛାତ୍ରଙ୍କୁ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ବିଶେଷ କରି ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ଶିଶୁଭବନ ଛକରେ ବାଟ ଓଗାଳିଥିଲା ପୁଲିସ । ବାସ ଏହାପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ସାମାନ୍ୟ ଲାଠି ଚାର୍ଜ ମଧ୍ୟ ପୁଲିସ ପକ୍ଷରୁ ହୋଇଥିବା ଜଣାପଡିଛି ।
ତେବେ ଆଗାମୀ ୭ଦିନ ଭିତରେ ଯଦି ଦାବି ପୂରଣ ନହୁଏ ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି । ସେପଟେ ଘଟଣାରେ ପୁଲିସ ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।