ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଙ୍ଗନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରବଳ ବର୍ଷାରେ ରାସ୍ତା ନାଳ ସବୁ ସମାନ ହୋଇଯାଇଥିଲା । ଘରକୁ ଫେରିଲା ବେଳେ ପାଣିରେ ଭାସି ଯାଇ ଜଣେ ଟ୍ୟୁସନ ମାଷ୍ଟରଙ୍କ ମୃତ୍ୟୁ ଘଟିଛି ।
ଖବରମୁତାବକ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ପାଗ ସମ୍ପୂର୍ଣ୍ଣ ମେଘାଚ୍ଛନ ଥିଲା,ହଠାତ ମୁଶଳଧାରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ରାସ୍ତାଘାଟରେ ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା । ସେହି ସମୟରେ ହରିହର ପଟ୍ଟନାୟକ(୫୫) ନାମକ ଜଣେ ଟ୍ୟୁସନ ସାର ଚାଲି ଚାଲି ଘରକୁ ଫେରୁଥିବା ବେଳେ ସେ ନାଳରେ ପଡି ଭାସି ଯାଇଥିଲେ । ଖବର ପାଇ ଅଗ୍ନଶମ ବିଭାଗ କର୍ମଚାରୀ ହରିହରକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।