ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶରେ ପ୍ରଥମ ଥର ପାଇଁ ଭାରତକୁ ଜିତାଇଥିବା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଅଜିତ୍ ୱାଡେକରଙ୍କ ପରଲୋକ ଘଟିଛି । ଦକ୍ଷିଣ ମୁମ୍ବାଇର ଜସଲୋକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ତାଙ୍କ ପରିବାରରେ ପତ୍ନୀ ରେଖାଙ୍କ ବ୍ୟତୀତ ଦୁଇ ପୁଅ ଏବଂ ଗୋଟେ ଝିଅ ଅଛନ୍ତି ।
ଶ୍ରୀ ୱାଡେକରଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି ଯେ, ‘ଭାରତୀୟ କ୍ରିକେଟ ଦଳରେ ଅଜିତ୍ ୱାଡେକରଙ୍କ ମହାନ ଯୋଗଦାନ ପାଇଁ ତାଙ୍କୁ ସର୍ବଦା ମନେ ପକାଯିବ । ମହାନ ବଲେବାଜ୍ ଏବଂ ଦକ୍ଷ ଅଧିନାୟକ ଯିଏ ଆମ ଦଳକୁ ଜିତାଇ ଇତିହାସ ସୃଷ୍ଟି କରିଥିଲେ । ସେ ଜଣେ ପ୍ରଭାବୀ କ୍ରିକେଟ ପ୍ରଶାସକ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଦୁଃଖପ୍ରକାଶ କରୁଛୁ’ ।
Ajit Wadekar will be remembered for his rich contribution to Indian cricket. A great batsman & wonderful captain, he led our team to some of the most memorable victories in our cricketing history. He was also respected as an effective cricket administrator. Pained by his demise.
— Narendra Modi (@narendramodi) August 15, 2018