ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅଦ୍ଭୁତ ଏ ଦୁନିଆ ଆଉ, ଅଦ୍ଭୁତ ଏ ଦୁନିଆର ମଣିଷ । ଏହି ଦୁନିଅଆରେ ପୁଣି ପୁଣି ଦେଖିବାକୁ ମିଳେ ଅନେକ ଅଜବ ସ୍ଥାନ । ଆପଣ ଜାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଦୁନିଆରେ ଏଭଳି ବହୁ ଅଜବ ସ୍ଥାନ ରହିଛି ଯେଉଁଠାକୁ ସାଧାରଣ ଲୋକ ଯିବା ପାଇଁ ଡରନ୍ତି କିନ୍ତୁ ଜର୍ଜିୟାର ଜଣେ ସାଧୁ ଏଭଳି ଏକ ଅଜବ ସ୍ଥାନରେ ନିଜର ଆଶ୍ରୟସ୍ଥଳୀ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ଏହି ସାଧୁ ଜଣକ ୧୩୦ ଫୁଟ ଉଚ୍ଚ ପାହାଡ ଉପରେ ଘର ତିଆରି କରିଛନ୍ତି । ପ୍ରାୟ ୨୦ କିମ୍ବା ୫୦ ଫୁଟ ଉଚ୍ଚତାକୁ ଗଲେ ଆମକୁ ଡର ଲାଗେ କିନ୍ତୁ ଜର୍ଜରିୟାର ଏହି ସାଧୁ ଜଣଙ୍କ ପାହାଡ ଉପରେ ନିଜକ ଘର ତିଆରି କରି ରହିଛନ୍ତି । ଏହାଠୁ ବଡ ଆଶ୍ଚର୍ୟ୍ୟର ବିଷୟ ସେ ସେଠାରେ ଏକା ରହୁଛନ୍ତି ।
ସାଧୁ ଜଣଙ୍କ ନାମ ନାମ ମେକଜିମ୍ । ଏଠାରେ ସେ ଦୀର୍ଘ ୨୫ ବର୍ଷ ହେଲା ରହି ଆସୁଛନ୍ତି । ତାଙ୍କର ବିଶ୍ୱାସ ରହିଛି କି ସେ ଏଭଳି କରିବା ଦ୍ୱାରା ଈଶ୍ୱରଙ୍କର ନିକଟତର ହୋଇ ପାରିବେ ଓ ସଦା ସର୍ବଦା ଇଶ୍ୱରଙ୍କ ପାଖରେ ରହିବେ । ତେବେ ଏହି ବାବା ଜଣକ କେବଳ ୨ଥର ତଳକୁ ଆସନ୍ତି । ତଳକୁ ଓହ୍ଲାଇବା ପାଇଁ ୧୩୧ ଫୁଟର ଏକ ସିଡି ନିର୍ମାଣ କରାଯାଇଛି । ସିଡି ସହାୟତାରେ ତଳକୁ ଓହ୍ଲାଇବା ପାଇଁ ତାଙ୍କୁ ପାଖାପାଖି ୨୦ ମିନିଟ୍ ସମୟ ଲାଗେ ।
ସାଧୁ ବାବା ରହୁଥିବା ପାହାଡ କାତ୍ସଖୀ ପିଲର ନାମରେ ପରିଚିତ । ମେକଜିମ୍ ପାହାଡ ଉପରେ ଯେଉଁ ଘର ନିର୍ମାଣ କରିଛନ୍ତି ସେଠାରେ ଏକ ପ୍ରାର୍ଥନା ଗୃହ ରହିଛି । ସେଠାକୁ ବହୁ ଲୋକ ପ୍ରାର୍ଥନା କରିବାକୁ ଯାଆନ୍ତି । ମେକଜିମ୍ ଯୁବା ଅବସ୍ତାରେ ଥିବା ସମୟରେ ମଦ୍ୟପାନ ଏବଂ ଡ୍ରଗ୍ସ ସେବନ କରୁଥିଲେ ଓ ନିସାରେ ବୁଡି ରହୁଥିଲେ ପରେ ଏହି କାରଣରୁ ତାଙ୍କୁ ଥରେ ଜେଲରେ ଭର୍ତି ହେବାକୁ ପଡିଥିଲା । ଏହା ପରେ ଜେଲରୁ ଆସିବା ପରେ ତାଙ୍କ ମଧ୍ୟରେ ବଡ ଧରଣର ପରିବର୍ତ୍ତନ ହୋଇଥିଲା । ପରବର୍ତ୍ତି ଅବସ୍ଥାରେ ସେ ନିଷ୍ପଚି ନେଇଥିଲେ ଆଗାମୀ ଜୀବନ ସେ ଇଶ୍ୱରଙ୍କ ପାଇଁ ଉତ୍ସର୍ଗ କରିଦେବେ । ସେ ଏହା ହିଁ କଲେ , ଇଶ୍ୱରଙ୍କର ନିକଟତର ହେବା ପାଇଁ ସେ ଏକା ଏହି ପର୍ବତ ଉପରେ ଜାବନ କାଟୁଛନ୍ତି । ସେ ତାଙ୍କ ପାଖରେ ଅନେକ ସାଧୁ ଗ୍ରନ୍ଥ ମଧ୍ୟ ରଖିଛନ୍ତି । ଇଶ୍ୱରଙ୍କୁ ସଦା ସର୍ବଦା ପ୍ରାର୍ଥନା କରୁଛନ୍ତି ଓ ନିଜର ମଙ୍ଗଳ କାମନା କରିବା ସହିତ ସମସ୍ତଙ୍କ ପାଇଁ ମଧ୍ୟ ଇଶ୍ୱରଙ୍କ ପାଖରେ ଗୁହାରି କରୁଛନ୍ତି କିନ୍ତୁ ତାଙ୍କ ଭଳି ପ୍ରାୟ ୧୩୧ ଫୁଟ ଉଚ୍ଚତାରେ ପାହାଡ ଉପରେ ଜୀବନ ବିତାଇବା ଆଶ୍ଚର୍ଯ୍ୟ ଜନକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024