ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପତି-ପତ୍ନୀଙ୍କ ମଧ୍ୟରେ ଛୋଟ ମୋଟ ଝଗଡା ହେବା ସାଧାରଣ କଥା । କିନ୍ତୁ ବେଳେ ବେଳ ଏହି ଝଗଡା ବଢିଯାଇ ଉଗ୍ରରୂପ ଧାରଣ କରିଥାଏ । ଯାହା ଫଳରେ ଭବିଷ୍ୟତରେ ଦାମ୍ପତ୍ୟ ଜୀବନରେ ଅନେକ ଅସୁବିଧା ଦେଖାଦେଇଥାଏ । ଅନେକ ସମୟରେ ବିନା କାରଣରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ବାରମ୍ବାର ଝଗଡା ହେବାର କାରଣ ଘରେ ବାସ୍ତୁଦୋଷ କିମ୍ବା କୌଣସି ନକରାତ୍ମକ ଶକ୍ତି ଯୋଗୁଁ ହୋଇଥାଇ ପାରେ । ଏଭଳି ପରିସ୍ଥିତିରେ ବ୍ୟକ୍ତିଙ୍କୁ ନିଜର ବ୍ୟବହାର ସହିତ କିଛି ଉପାୟ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ଗୁରୁବାର ସକାଳୁ ଶୀଘ୍ର ଉଠି ସ୍ନାନ ସାରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏକ ତମ୍ବା ପାତ୍ରରେ ଜଳ ରଖି ସେଥିରେ ଗୁଡ ଏବଂ ଗୁଣ୍ଡ ହଳଦୀ ମିଶାଇ ଦିଅନ୍ତୁ । ଏହାସହିତ ଗୋଟେ ନଡିଆ,ଦୁଇଟି ଅଟା ଗୋଳା,ଭିଜା ହୋଇଥିବା ଚଣା ଡାଲି ଏବଂ ଗୁଡ ନେଇ କଦଳୀ ଗଛ ମଳକୁ ଯାଇ ହଳଦୀରେ ତିଳକ କରନ୍ତୁ ।
ଢାଳରେ ଜଳ ଭରି, ଘିଅ ଦୀପ ଜାଳି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ଏବଂ ଗୁରୁବାରର କଥା ଶୁଣନ୍ତୁ । ପୂଜା ଜଳକୁ କଦଳୀ ଗଛ ମୂଳରେ ଚଢାନ୍ତୁ ଏବଂ ନଡିଆକୁ ଛାଡି ଅନ୍ୟ ସାମଗ୍ରୀକୁ ଗାଈକୁ ଖୁଆଇ ଦିଅନ୍ତୁ । ଏହାପରେ ସେହି ନଡିଆକୁ ଘରର କୌଣସି ଶୁଦ୍ଧ ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ପାଖାପାଖି ୨୧ ଗୁରୁବାର କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଘଟୁଥିବା ସମସ୍ତ ବାଧାବିଘ୍ନ ଦୂର ହେବ ।